(ମନୋଜ କୁମାର ସାହୁ): ରାୟଗଡା ଜିଲ୍ଲାରେ ବିଜେପି ତରଫରୁ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ହଜାରରୁ ଉର୍ଦ୍ଧ ପୁରୁଷ ମହିଳା ବିଜେପି କର୍ମୀମାନେ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ୟ୍ୟାଳୟ ଘେରାଉ କରିଥିଲେ । ତିତଲି ବାତ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ,ଜମି ଓ ଘର ପଟ୍ଟା ବଣ୍ଟନ, ଜମିକୁ ପାଣି ଦାବି କରିବା ସହ ରାସନ କାର୍ଡ ବଣ୍ଟନରେ ପ୍ରିୟାପିତିତୋଷଣ,ଦୁର୍ନୀତି ଓ ପିସି କାରବାରରେ ସମ୍ପୃକ୍ତି ଥିବା ବିଜେଡ଼ି ସରକାର ଏଗୁଡିକୁ ପ୍ରୋତ୍ସାହନ କରୁଥିବା ଯୋଗୁଁ ଜିଲ୍ଲାର ବିକାଶ ହେଉ ନଥିବା ବିରୋଧରେ ବିଜେପିର ଏହି ରଣହୁଙ୍କାର ବୋଲି ବିଜେପି ନେତା କାଳୀରାମ ମାଝି ପ୍ରକାଶ କରିଛନ୍ତି ।