(ରିପୋର୍ଟସ ଟୁଡ଼େ) ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ । ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଧାପାଦ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ତେବେ ଭିଆଇପି ଟିକେଟ ଓ ସେବାୟତଙ୍କ ପାଉଣାକୁ ନେଇ ବିବାଦ ଦେଖାଦେଇଛି ।
ଭିଆଇପି ଟିକେଟ ସଂପୂର୍ଣ୍ଣ ବନ୍ଦ କରିବା ସହ ପାଉଣା ବାବଦ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି ସେବାୟତ । ଠାକୁରଙ୍କ ଗୋପ।।ଳ ବଲ୍ଲଭ ନୀତି ବନ୍ଦ ହେବା ପରେ ସେବାୟତ ମାନେ ମନ୍ଦିର ଆଗରେ ଧାରଣା ଦେଇଛନ୍ତି ।