ଘରେ ମୂର୍ତ୍ତି ସ୍ଥାପନ କରିବାର ବିଧି

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଘରେ କିପରି ମୂର୍ତ୍ତି ରଖିବା ଉଚିତ ସେହି ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ମୂର୍ତ୍ତି ରଖିବା ଉଚିତ ।
ଇରାହ ପୁରାଣ ଅନୁଯାୟୀ ଘରେ ରଖିଥିବା ମୂର୍ତ୍ତିରେ ସର୍ବଦା ମହୁଆ ନାମକ ଏକ କାଠ ବ୍ୟବହାର ହୋଇଥିବା ଉଚିତ । ଯଦି ପଥରରେ କୌଣସି ମୂର୍ତ୍ତୀ ରଖୁଛନ୍ତି ତେବେ ଧ୍ୟାନ ଦେବେ ଯେ ତାହା ଭଙ୍ଗା ନ ଥିବା ଉଚିତ । କୁହାଯାଇଛି ଯେ ମୂର୍ତ୍ତି ତିଆରି କରାଯିବା ପରେ ତାହାକୁ ଘରକୁ ଆଣି ଚାଉଳ ପକାଇ ଶୁଦ୍ଧ କରାଯାଇଥାଏ । ଏପରି କରିବା ଶୁଭ ଅଟେ । ପୁରାଣ ଅନୁସାରେ ଯେଉଁ ଦିନ ଘରକୁ କୌଣସି ମୂର୍ତ୍ତି ଆଣିବେ ସେହି ଦିନ ଦିରାମିଷ ଖାଦ୍ୟ ଖାଇବା ଉଚିତ । ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଘଷର ମୂର୍ତ୍ତି ରଖିବା ପୂର୍ବରୁ ସେହି ମୂର୍ତ୍ତି ସମ୍ମୁଖରେ ଚରୋଟି ପାତ୍ର ଅବଶ୍ୟ ରଖନ୍ତୁ । ସେହି ପାତ୍ର ଗୁଡ଼ିକରେ ଚନ୍ଦନ ପଞ୍ଚାମୃତ ମହୁ ଓ ଚାଉଳ ରଖନ୍ତୁ ।
ଘରେ ଭଗବାନ ବିଷ୍ଣୁଙ୍କର ଯେକୌଣସି ମୂର୍ତ୍ତି ଲଗାଉ ଥିବା ଓଁ ନମୋ ନାରାୟଣ ମନ୍ତ୍ର ଜନ କରନ୍ତୁ । ଖୁବ୍ ଶ୍ରଦ୍ଧାର ସହ ମନ୍ତ୍ର ଜପ କରିବା ଉଚିତ । କୌଣସି ତମ୍ବାରେ ପ୍ରସ୍ତୁତ ମୂର୍ତ୍ତି ଘରେ ସ୍ଥାପନ କରିବାକୁ ଚାହୁଁଥିଲେ ତାହାକୁ କେବଳ ଚିତ୍ରା ନକ୍ଷତ୍ରରେ କରନ୍ତୁ ।
ପିତ୍ତଳର ଠାକୁରଙ୍କ ମୂର୍ତ୍ତି ଘରେ ସ୍ଥାପନ କରିବାକୁ ଚାହୁଁଥିଲେ ଜ୍ୟେଷ୍ଠ ନକ୍ଷତୟରେ ଘରର ୁତ୍ତର ଦିଗରେ କରନ୍ତୁ । ଘରେ ସୁନା କିମ୍ବା ଚାନ୍ଦିର କୌଣସି ମୂର୍ତ୍ତି ସ୍ଥାପନ କରୁଥିଲେ ନିୟମର ସହ କରନ୍ତୁ ।