ବାହାଘର ପୋଷାକକୁ ନେଇ ଚିନ୍ତାରେ ପ୍ରିୟଙ୍କା

(ଶୁଭସ୍ମିତା ଦାଶ): ଡ଼ିସେମ୍ବର ୧ରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ବିବାହ କରିବେ । ଏନେଇ ବଲିଉଡ଼ରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ପରିବାର କିମ୍ବା ପ୍ରିୟଙ୍କା ଏ ବାବଦରେ ସମ୍ପୂର୍ଣ୍ଣ ନୀରବ । କିଛିଦିନ ତଳେ ନ୍ୟୁୟର୍କରେ ଏକ ଫେସନ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ପ୍ରିୟଙ୍କାଙ୍କୁ ତାଙ୍କ ବିବାହ ପ୍ରସ୍ତୁତି ଓ ପୋଷାକ ବିଷୟରେ ପୁଚାରାଯାଇଥିଲା । ହସିହସି ସେ କହିଥିଲେ ସବୁ ପ୍ରସ୍ତୁତି ଚାଲିଛି । ଆଉ ରହିଲା ବିବାହ ପୋଷାକ, ତାହା ଖୁବ୍ ଆକର୍ଷଣୀୟ ଓ ଆରାମପ୍ରଦ ହେବାକୁ ସେ ପ୍ରାଥମିକତା ଦେଉଛନ୍ତି । ଏବେ ହଲିଊଡ଼ରେ ନିଜ ସ୍ଥିତି ଦୃଢ କରୁଥିବା ପ୍ରିୟଙ୍କାଙ୍କ ବିବାହ ପୋଷାକ ଡ଼ିଜାଇନ ମନିଷ ମଲହୋତ୍ରା ତିଆରି କରୁଛନ୍ତି । ଅନ୍ୟ ପାଖେ ଆବୁଜାନି ଖୋସାଲାଙ୍କ ଏକ ମହଙ୍କା ଲେହଙ୍ଗାକୁ ମଧ୍ୟ ପ୍ରିୟଙ୍କା ପସନ୍ଦ କରିସାରିଲେଣି । ବିବାହରେ କେଉଁ ପୋଷାକ ପିନ୍ଧିବେ ତାହାକୁ ନେଇ ଏବେଠରୁ ଚିନ୍ତାରେ ପଡ଼ିଗଲେଣି ଏଇ ପୂର୍ବତନ ବିଶ୍ୱସୁନ୍ଦରୀ । ପ୍ରିୟଙ୍କାଙ୍କ ଘନିଷ୍ଠ ବାନ୍ଧବୀ ନିଜ ନାମ ଗୋପନ ରଖି କହିଛନ୍ତି ସବୁକିଛି ସ୍ଥିର ହୋଇସାରିଛି । ଯଥା ସମୟରେ ପରିବାରଲୋକେ ପ୍ରଶଂସକଙ୍କୁ ଏ ବାବଦରେ ଅବଗତ କରାଇବେ ।