( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳୀ ଗ୍ରାମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟାଇବା ଦାବିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ଜଣେ ପ୍ରବାସୀ ନାଗରିକ । ସେ କାକଟପୁର ବାସୀଙ୍କ ଉନ୍ନତି କରିପାରୁନାହାନ୍ତି । ତାଙ୍କ ବଦଳରେ ଆଗାମୀ ନିର୍ବାଚନରେ ସ୍ଥାନୀୟ ଯୁବ ପ୍ରତିନିଧିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଯୋଗ ଦେବାକୁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , ବନାଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁଷ୍କାରାଣୀ ସ୍ୱାଇଁ , କୋଣାର୍କ ଏନ.ଏ.ସିର କାଉନସିଲର ରଞ୍ଜିତ କୁମାର ରାଉତ , ବଉଲାଙ୍ଗ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।