ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

(ରିପୋଟର୍ସ ଟୁଡେ): ପୂଜା ଧଣ୍ଡା ଚତୁର୍ଥ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଗୁରୁବାର ସେ ୫୭କେଜି ଶ୍ରେଣୀର ଏକ ମୁକାବିଲାରେ ୨୦୧୭ ୟୁରୋପିଆନ ଚାମ୍ପିୟନ ଗ୍ରେସ୍‌ ଜାକବ ବୁଲେନଙ୍କୁ ୧୦-୭ରେ ପରାସ୍ତ କରି ଏହି ସଫଳ ତା ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ରେ ଭାରତର ଏହା ହେଉଛି ଦ୍ୱିତୀୟ ପଦକ। ପୂର୍ବରୁ ବଜରଙ୍ଗ ପୁନିଆ ୬୫କେଜି ଶ୍ରେଣୀରେ ପୁରୁଷ ଫ୍ରିଷ୍ଟାଇଲ କାଟେଗୋରିରେ ଏକ ରୌପ୍ୟ ପଦକ ଲାଭ କରିଛନ୍ତି।