ସଅରଙ୍କୁ ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ

(ରିପୋର୍ଟସ ଟୁଡ଼େ): ସଅରକୁ ଆଦିବାସୀ ମାନ୍ୟତା ଦାବି କରି ଆନ୍ଦୋଳନକାରୀ ମାନେ ରେଲୱେଷ୍ଟସନରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ । ହାତରେ ପ୍ଲାଏକାର୍ଡ଼ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ଆନ୍ଦୋଳନକାରୀ ମାନେ ସେମାନଙ୍କର ଦାବି ଜଣାଇଥିଲେ । ସେମାନଙ୍କ ର ଦାବି ହେଉଛି ସଅର ପାଇଁ ଇଂରାଜୀ ଶଦ୍ଧ ସୌରା ଏବଂ ସହାରା ସମ୍ବୂର୍ଣ୍ଣ ବିଧିବଦ୍ଧ ଆଇନ ସମ୍ମତ ପ୍ରଯୁଜ୍ୟ ହେବ । ସଅର ପାଇଁ କେବଳ ସଅର ବୋଲି ଗୋଟିଏ ମାତ୍ର ଶଦ୍ଦ ନିର୍ଦ୍ଧାରଣ କରି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ନୁତନ ଭାବେ ସଂଯୋଗ କରିବାର ଆଦୌ ଆବଶ୍ୟକତା ଥିଲା ପରି ମନେ ହୁଏନା । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଆମ ନ୍ୟାୟଚିତ୍ତ ଅଧିକାରକୁ ଯଥାଶୀଘ୍ର ଗ୍ରହଣ କରିବା ପାଇଁ ନୀଳମାଧାବ ଆଦିବାସୀ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି । ଆଜି ସଂଘ ପକ୍ଷରୁ ସଭାପତି ଶ୍ରୀ ବାମନ ନାୟକଙ୍କ ନେତୃତ୍ୱରେ ସାରା ଓଡ଼ିଶାର ଅନ୍ୟୁନ ୧୦ ଟି ଜିଲ୍ଲାରୁ ପାଖାପାଖି ପନ୍ଦର ଲକ୍ଷ ଲୋକଙ୍କର ଏହି ସମସ୍ୟାକୁ ନେଇ ରାଜଧାନୀରେ ସଅର ସଂପ୍ରଦାୟର ପ୍ରାୟ ୩୦ ହଜାର ଲୋକ ଧାରଣାରେ ଯୋଗଦେଇଥିଲେ ।