ପେଟ୍ରୋଲ ଓ ଡିଜେଲ ଦରଦାମକୁ ବିରୋଧ କରି ବିଜେଡି ପକ୍ଷରୁ ବିକ୍ଷୋଭ

( ମନୋଜ କୁମାର ସାହୁ/ ଜୟନ୍ତ କୁମାର ସେଠୀ): ଦିନକୁ ଦିନ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ରାୟଗଡା ବିଜେଡି ତରଫରୁ ବିଜୁ ଯୁବଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ରାୟଗଡାର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଛି । କେନ୍ଦ୍ରସରକାରଙ୍କ ଦ୍ୱାରା ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ପ୍ରତିବାଦ କରି ପେଟ୍ରୋଲ ପମ୍ପକୁ ଆସୁଥିବା ଗ୍ରାହକମାନଙ୍କୁ ଏକ ଲିଫଲେଟ ମାଧ୍ୟମରେ ଆଜିର ଧାରଣାକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଛି ।

ସେହିପରି ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପୁରୀ ବଡମେଡିକାଲ ପେଟ୍ରୋଲପମ୍ପ ସମ୍ମ୍ମୁଖରେ ହଜାର ହଜାର ବିଜେଡି କର୍ମୀଙ୍କ ଦ୍ୱାରା ମାନ୍ୟବର କେନ୍ଦ୍ରୀୟ ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁସପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।