ଟେରାକୋଟାକୁ ନେଇ ଦେଶ ବିଦେଶରେ ନାଁ ରଖିବାସହ ସଫଳତାର ଶିର୍ଷରେ ପହଂଚିପାରିଛନ୍ତି ଗ୍ରାମବାସୀ

(ପ୍ରଶାନ୍ତ ସ୍ୱାଇଁ): ୧୯୯୯ ପ୍ରଳୟଙ୍କାରୀ ବାତ୍ୟାକୁ ବିତିଗଲାଣି ୧୯ ବର୍ଷ । ଏହି ମହାବାତ୍ୟାରେ ଅନେକଙ୍କ ଘର , ଜୀବନ , ଜୀବିକା ଉଜାଡି ଦେଇଥିବାବେଳେ ଅନେକଙ୍କ ଜୀବନରେ ମଧ୍ୟ ପରିବର୍ତନ ଆଣିଦେଇଛି ।

ଏ ହେଉଛି ଜଗତସିଂହପୁର ଜିଲ୍ଲ୍ା କୁଜଂଗ ଅଚଂଳର ଲୁଣୁକୁଆ ଗ୍ରାମ । ଯେଉଁଠି ଅଧିକାରୁ ଅଧିକ କୁମ୍ବାର ଜାତିର ଲୋକମାନେ ବସବାସ କରନ୍ତି । ନିଜର କୌଳିକ ବ୍ୟବାସାୟକୁ ନେଇ ହାଣ୍ଡି , ମାଠିଆ ଏପରିକି ପର୍ବପର୍ବାଣୀରେ ଦ୍ୱୀପ , କଳସ ଆଦି ତିଆରିକରି ଗାଁ ଗାଁ ବୁଲି ବ୍ୟବସାୟ କରନ୍ତି । ସବୁକିଛି ଠିକ୍ ଥିଲା ହେଲେ ୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟା ସବୁକିଛି କରିଦେଲା ଓଲଟପାଲଟ । ଛଡାଇନେଲା ମା’ କୋଳରୁ ଛୁଆକୁ ଛଡାଇ ନେଲା ଜୀବନ ଜୀବିକା । ଅସହାୟ ହୋଇପଡିଲେ ଏହି ଗ୍ରାମର ଗ୍ରାମବାସୀ । ଏହି ପ୍ରଳୟଙ୍କାରୀ ବାତ୍ୟାରେ ଜଗତସିଂହପୁର ଜିଲ୍ଲା ଅଧିକା କ୍ଷତିଗ୍ରସ୍ତ ହୋଇଥିଲାବେଳେ ଜିଲ୍ଲା ପ୍ରଶାସନ ଓ ସ୍ୱୟଂ ସହାୟକ ଗୋଷ୍ଠି ଅପରାଜୀତାଙ୍କ ସାହର୍ଯ୍ୟ ଓ ତାଲିମ ମାଧ୍ୟମରେ ଟେରାକୋଟା ତିଆରି କିରବାରେ ସଫଳ ହୋଇପାରିଛନ୍ତି । ତେବେ ଗ୍ରାମରେ ଥିବା ପ୍ରାୟ ୬୦ ରୁ ଉର୍ଦ୍ଧ ପରିବାର ଏହି ଟେରାକୋଟା କାମ କରି ନିଜନିଜର ପରିବାରକୁ ପ୍ରତିପୋଷଣ କରୁଛନ୍ତି । ଦିନ ଥିଲା ହାଣ୍ଡି ମାଠିଆ କଳସ ଇତ୍ୟାଦି ମାଟିରେ ତିଆରି ହୋଇଥିବା ସାମଗ୍ରୀ ଧରି ଗାଁ ଗାଁ ବୁଲି ବ୍ୟବସାୟ କରୁଥିବାବେଳେ ଏହି ଟେରାକୋଟାରେ ତିଆରି ହୋଇଥିବା ସାମଗ୍ରୀ କିଣିବାକୁ ଗ୍ରାହକ ସେମାନଙ୍କ ଘରକୁ ଆସୁଥିବା ପ୍ରକାଶ କରିଛନ୍ତି । ତେବେ ସେମାନଙ୍କ ଜୀବନରେ ଏଭଳି ପରିବର୍ତନ ତଥା ଟେରାକୋଟାର ଗ୍ୟାନ କୌଷଳକୁ ନେଇ ରାଜ୍ୟ ସରକାର ତଥା ସ୍ୱୟଂ ସହାୟକ ଗୋଷ୍ଠି ଅପରାଜୀତାଙ୍କୁ ଧନ୍ୟବାଦ ଦେଇଛନ୍ତି ଲୁଣୁକୁଆ ଗ୍ରାମବାସୀ ।