ଇଣ୍ଟର୍ନାଲ କମପ୍ଳେଣ୍ଟ (କମିଟି ଆଇସିସି) ର ସଦସ୍ୟ ମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜନ

ଭୁବନେଶ୍ୱର: ରାଜ୍ୟ ମହିଳା ଆୟୋଗ ( ଓଏସସିଡବ୍ଲୁ) ସହ ଫିକି ଫ୍ଲୋ ଭୁବନେଶ୍ୱରର ସହଭାଗିତା ଏବଂ ଜାତୀୟ ମହିଳା ଆୟୋଗର ସହଯୋଗରେ ଇଣ୍ଟର୍ନାଲ କମପ୍ଳେଣ୍ଟ (କମିଟି ଆଇସିସି) ର ସଦସ୍ୟ ମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା (ପ୍ରତିରୋଧ ,ନିଷେଧ ଏବଂ ନିବାରଣ ) ଅଧିନିୟମ ୨୦୧୩ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ସମସ୍ୟାର ସମାଧନ ତଥା ଏହାକୁ କମ୍ କରିବାକୁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି । ଫ୍ଲୋର ଚେୟାରମ୍ୟାନ ପୁନମ୍ ମହାପାତ୍ର କହିଛନ୍ତି ,ଏହି ତାଲିକ ଅଧିବେଶନ ମାଧ୍ୟମରେ ଯୌନ ନିର୍ଯାତନା ଘଟଣା ଗୁଡିକର ଫଳପ୍ରଦ ଭାବରେ କରିବା ଏବଂ ସମସ୍ତ କର୍ମାଚାରୀଙ୍କ ପାଇଁ ଏକ ନିରାପଦ ଏବଂ ଅନ୍ତର୍ଭୁକ୍ତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ଆଇସିସି ସଦସ୍ୟମାନଙ୍କୁ ଆବଶ୍ୟକ ଜ୍ଞାନ ଏବଂ କୌଶଳ ଦେଇ ସଶକ୍ତ କରିବା ହେଉଛି ଓଏସସିଡବ୍ଳୁ ଏବଂ ଫିକି ଫ୍ଲୋର ମୁଖ୍ୟ ଉଦ୍ଦେଶ୍ୟ ।

ରାଜ୍ୟ ମହିଳା ଆୟୋଗର ଅଧକ୍ଷ୍ୟ ମିନତୀ ବେହେରା କହିଛନ୍ତି, ଏହି ଅଧିବେଶନର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମହିଳା ମାନଙ୍କୁ ଆଇସିସିର ଉପସ୍ଥିତି ଏବଂ ଏହାର କାର୍ଯ୍ୟ ବିଷୟରେ ଅବଗତ କରାଇବା କାରଣ ଆଇସିସି ବାଧ୍ୟତାମୁଳକ ଏବଂ ପ୍ରେତ୍ୟକ କାର୍ଯ୍ୟକ୍ଷେତ୍ରରେ ଉଭୟ ସରକାରୀ ଏବଂ ଅଣ ସରକାରୀ କ୍ଷେତ୍ରରେ ଏହା ଆବଶ୍ୟକ ରହିଛି ।

ଏହା ଉଲ୍ଲେଖନୀୟ ଯେ, ଫେଡେରସନ ଅଫ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଫିକି ର ମହିଳା ୱିଙ୍ଗ ଫିକି ଫ୍ଲୋର ଯାହାର ମୂଳ ଉଦ୍ଦେଶ୍ୟ ହେଉଛି, ମହିଳା ସଶକ୍ତକରଣ ଏବଂ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହନ କରିବା । ବିଭିନ୍ନ ଉଦ୍ୟୋଗରେ ମହିଳା ଉଦ୍ୟୋଗୀ ବୃତ୍ତିଗତ ଏବଂ ନେତୃତ୍ୱ ପାଇଁ ଫ୍ଲୋ ଏକ ସହାୟକ ପରିବେଶ ସୃଷ୍ଟି ଦଜ୍ଲେ କାର୍ଯ୍ୟ କରେ ।