(ସର୍ବେଶ୍ୱର ପାତ୍ର ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଟରପଦା ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ବ ଶାଖା କେନାଲରେ ବୁଡ଼ି ବାଳକ ମୃତ୍ୟୁ ।ମୃତ ବାଳକ ଜଣଙ୍କ ହେଲେ ପାଟରପଦା ଗ୍ରାମର କନ୍ଦର୍ପ ବିଶ୍ୱାଳଙ୍କ ପୁଅ ଶାନ୍ତନୁ ବିଶ୍ୱାଳ ।ଶାନ୍ତନୁ ନିଜ ସମ୍ପର୍କୀୟ ସାନ ଭାଇ ସହିତ କେନାଲରେ ଗାଧୋଉଥିବା ସମୟରେ ଜଳ ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଗାଁ ଲୋକ ମାନେ ଗାଧୋଉଥିବା ସ୍ଥାନ ଠାରୁ କିଛି ଦୁରରେ ଥିବା କେନାଲ ଗେଟ୍ ନିକଟରୁ ଶାନ୍ତନୁଙ୍କୁ ଉଦ୍ଧାର କରିଥିଲେ।ମାତ୍ର ସେତେବେଳକୁ ଶାନ୍ତନୁର ମୃତ୍ୟୁ ହୋଇ ସାରିଥିଲା।ଘଟଣା ସ୍ଥଳରେ ସାଆନ୍ଦା ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଶରୀରଟିକୁ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।ଏ ନେଇ ଗାଆଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।