ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

(ମମତା ସାମଲ): ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁର୍ନଃନିଯୁକ୍ତି ଦିଆଯିବ ନାହିଁ । ଅବସରପ୍ରାପ୍ତ କର୍ମଚାରୀ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଛନ୍ତି । ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଛଟେଇ କରାଯିବ ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ମିଳିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି। ଏନେଇ ଅଗଷ୍ଟ ୧୦ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଆଗାମୀ ଦିନରେ ଯେଭଳି ଅବସରପ୍ରାପ୍ତ କର୍ମଚାରୀ ନିଯୁକ୍ତି ନ ପାଆନ୍ତି ସେଥିପ୍ରତି ଧ୍ୟାନଦେବା ସହ ବିଭାଗରେ ଯେତେସବୁ ଅବସରପ୍ରାପ୍ତ କର୍ମଚାରୀ ଅଛନ୍ତି ସେମାନଙ୍କୁ ଛଟେଇ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।