(ମନୋଲିସା ମିଶ୍ର): ଗତକାଲି ଢେଙ୍କାନାଳ ସଦର ରେଞ୍ଜର ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଘରୁ ଟାଣି ନେଇ ହାତୀ କଚାଡି ଦେଇଛି । ତାଙ୍କୁ ଗୁରୁତର ଅବସ୍ଥା କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ନାଁ ଶ୍ରୀନିବାସ ଦେହୁରି ।
ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ସକାଳେ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ବନବିଭାଗ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।