( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ପଞ୍ଚାୟତର ବରୋମୁଣ୍ଡା ଗ୍ରାମରେ ଆମ୍ବେଦକର କ୍ଲବ ପକ୍ଷରୁ ନୁଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆୟୋଜକ କମିଟି ତରଫରୁ ଛୋଟ ପିଲାମାନଙ୍କ ମଧ୍ୟରେ ନାଚ ଗୀତ ପୁଚି ଓ ବେଲୁନ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସିନିଅର ଗ୍ରୁପରେ ମାନସୀ ସୁନା ପ୍ରଥମ , ରୋଜି ମହାନନ୍ଦ ଦ୍ୱିତୀୟ ସଂଗିତା ତାଣ୍ଡି ତୃତୀୟ ହୋଇଥିବା ବେଲେ ଜୁନିଅର ଗ୍ରୁପରେ ସଶ୍ମିତା ମହାନନ୍ଦ ସଂଗିତ ରେ ପ୍ରଥମ , ନମିତା ଜଗଦଲା ପୁଚି ଖେଳରେ ପ୍ରଥମ ସୁନେଲି ବାଘ ଦିତିୟ ବର୍ଷା ସୁନା ତୃତୀୟ ହୋଇଥିଲେ । ଖେଳ ରେ ଭାଗ ନେଇଥିବା ଛୋଟ ପିଲା ମାନକୁଂ କମିଟି ପକ୍ଷରୁ ପୁରସ୍କୁତ କରାଯାଇଥିଲା । ଏଥିରେ କମିଟିର ସଭାପତି ଗଂଗାଧର ମହାନନ୍ଦ ସମ୍ପାଦକ ଯୁଗେଶ୍ୱର ମହାନନ୍ଦ ମୁଖ୍ୟ ବ୍ୟକ୍ତା ପ୍ରଦିପ ମହାନନ୍ଦିଆ ଓ ରମାଜାନ୍ତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଗତକାଲି ରାତିରେ ସୋନପୁର ଭୀମଭୋଇ କଳାମଣ୍ଡପ ପ୍ରାଙ୍ଗଣରେ ଏକ ନୁଆ ଖାଇ ଭେଟ୍ ଘାଟ୍ ନାଚଗୀତ ର ବ୍ୟବସ୍ତା କରାଯାଇଥିଲା।ଏହି ଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉପସ୍ଥିତ ରହି ଉପଭୋଗ କରିଥିଲେ। ସମ୍ମାନିୟ ଅତିଥି ମୁନିସିପାଲଟି ଇ,ଓ ,ଅଶୋକ ମିଶ୍ର ,ସଭାପତି ଅଭିମନ୍ୟୁ କୁଶଳ,ସମାଜ ସେବୀ ଶ୍ରିବଛ ମଲ୍ଲିକ ,ଲକ୍ଷ୍ମୀ ନାରାୟଣ ମେହେର ଉପସ୍ଥିତ ଥିଲେ।