( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ନନ୍-କାଡର ଆଇନ ଅଧିକାରୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ବୃଦ୍ଧି । ରାଜ୍ୟର ଆଇନ ବିଭାଗ ତରଫରୁ ନିଯୁକ୍ତ ନନ୍-କାଡର ଆଇନ ଅଧିକାରୀଙ୍କର କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଇନ ବିଭାଗ ତରଫରୁ ଓଡିଶା ଆଇନ ଅଧିକାରୀ ନିୟମ ୧୯୭୧ ଅନୁଯାୟୀ ରାଜ୍ୟର ବିଭିନ୍ନ ଅଦାଲତ ମାନଙ୍କରେ ନନ୍ -କାଡର ଆଇନ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି । ବର୍ତମାନ ୧୧୨୧ ଜଣ ଏହି ଭଳି ଅଧିକାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୯୨୭ ଜଣ ଆଇନ ଅଧିକାରୀ ଜୁଡିସିଆଲ୍ ମାଜଷ୍ଟ୍ରେଟ କୋର୍ଟରୁ ଆରମ୍ଭକରି ସେସନସ୍ ଜଜ୍ ଏବଂ ସ୍ପେସିଆଲ୍ ଜଜ୍ କୋର୍ଟ ପର୍ଯ୍ୟନ୍ତ ଏପିପିି , ଅତିରିକ୍ତ ଏପିପିି , ସ୍ୱତନ୍ତ୍ର ପିପି ଏବଂ ପିପି ଭାବରେ ଫୌଜଦାରୀ ମାମଲା ପରିଚାଳନା କରୁଛନ୍ତି । ସେହିପରି ବାକି ୧୯୪ ଜଣ ନନ୍-କାଡର – ଆଇନ ଅଧିକାରୀ ସିଭିଲ୍ ଜଜ୍ ଏବଂ ଜିଲ୍ଲା ଜଜ୍ କୋର୍ଟରେ ସଂପୃକ୍ତ କୋର୍ଟର ଆବଶ୍ୟକତା ଅନୁଯାୟୀ ଜିପି , ଏଜିପିି ଏବଂ ଆସୋସିଏଟ ଓକିଲ ଭାବେ ଦେୱାନୀ ମାମଲା ପରିଚାଳନା କରୁଛନ୍ତି । ରାଜ୍ୟର ଲୋକମାନଙ୍କର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟରତ ନନ୍-କାଡର ଆଇନ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।