ହାଇକୋର୍ଟ ମୁଖ୍ୟ ବିଚାର ପତିଙ୍କ ଦ୍ୱାରା ନୂତନ ଜର୍ଜ କୋର୍ଟ ଓ ଦେୱାନୀ ଜର୍ଜ କୋର୍ଟ ଉଦଘାଟନ

ରଣପୁର/ ଅସିତ ରଞ୍ଜନ ପରିଡା: ନୟାଗଡ ଜିଲ୍ଲା ରଣପୁର ଜେଲ ଛକ ଠାରେ ସରକାରୀ ଜର୍ଜ କୋର୍ଟ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ଙ୍କ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସଂମ୍ମାନିତ ଅତିଥି ଭାବେ ହାଇକୋର୍ଟ ଙ୍କ ଅନ୍ୟତମ ବିଚାର ପତି ରାଧାକୃଷ୍ଣ ପଟ୍ଟନାୟକ, ରଣପୁର ବାର ଆସୋସିଏସନ ର ସଭାପତି ଗିରିଜାକାନ୍ତ ମହାପାତ୍ର, ଓ ସମ୍ପାଦକ ସତ୍ୟ ରଞ୍ଜନ ମତା ଯୋଗ ଦେଇଥିବା ବେଳେ ନୟାଗଡ ଜିଲ୍ଲା କୋର୍ଟ ର ବିଚାର ପତି ଅନନ୍ତ ନାରାୟଣ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ରଣପୁର ବାର ଆସୋସିଏସନ ର ସମସ୍ତ ଆଇନଜୀବି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଅନ୍ୟ ପକ୍ଷରେ ଜିଲ୍ଲା ସୂଚନା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ରଣପୁର ଅଞ୍ଚଳ ର ବହୁତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ମୁଖ୍ୟ ବିଚାର ପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମା ମାଣିନାଗ ପୀଠ ଏବଂ ରଣପୁର ଜଗନ୍ନାଥ ମନ୍ଦିର କୁ ଯାଇ ଦର୍ଶନ କରି ପ୍ରତ୍ୟାଗମନ କରିଥିଲେ ।