ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ୧୪୩;ନମ୍ୱର ରାଜ୍ୟ ରାଜପଥ ପୁରୁଣାପାଣି ଛକ ରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ରାସ୍ତା ପାର୍ ହେଉଥିବା ସମୟରେ ଜଣେ ବୃଦ୍ଧାଙ୍କୁ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ଏକ ଘଟିକା ସମୟରେ ପୁରୁଣାପାଣି ଗ୍ରାମର ନିମିନ୍ ମିଞ୍ଜ୍ ରାସ୍ତା ପାର୍ ହୋଇ ଆର ପ।ରି କୁ ଯାଉଥିବା ବେଳେ ବଣାଇ ଗଡ ପଟୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଥିବା ବାଇକ୍ର ନମ୍ବର ହେଉଛି OD14AH6421। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ସଡ଼କରେ ଟିକିଏ ଅସାବଧାନତା, ଆଉ ଗୋଟିଏ ଜୀବନ ଅକାଳରେ ଚାଲି ଯାଇଛି। ପ୍ରାୟ ୩ ଘଣ୍ଟା ଧରି ୧୪୩ ନମ୍ୱର ରାଜ୍ୟ ରାଜପଥ ବାରକୋଟ ଠାରୁ ରାଉରକେଲା ରୋଡ ଉତ୍ତେଜନା ଲୋକଙ୍କ ଦ୍ଵାରା ବନ୍ଦ ଥିବା ସୂଚନା। ଘଟଣା ସ୍ଥଳରେ ବାରକୋଟ ପୋଲିସ ପହଞ୍ଚି ବାଇକକୁ ଜବତ କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଥିବା କରିବା ପରେ ରାସ୍ତା ରୋକ୍ ହୋଟି ଥିବା ସୂଚନା ମିଳିଛି।।