ପୁଣିଥରେ ନାବାଳିକା ହେଲେ ଗର୍ଭବତୀ । କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ସର୍ଟ-ଷ୍ଟେ ହୋମରେ ରହୁଥିବା ସମୟରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଶିଶୁ କଲ୍ୟାଣ କମିଟି (CWC) ଝିଅଟିକୁ ସହରରେ ବୁଲୁଥିବାର ଦେଖି ତାକୁ ସର୍ଟ-ଷ୍ଟେ ହୋମକୁ ଆଣିଥିଲା। ପରେ ତାଙ୍କୁ ଝାଡ଼ଖଣ୍ଡ ପଠାଯାଇଥିଲା।
ସର୍ଟ-ଷ୍ଟେ ହୋମରେ ରହୁଥିବା ସମୟରେ ହଠାତ୍ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ନାବାଳିକା ଜଣକ ଗର୍ଭବତୀ ଥିଲେ। ଏହା ପରେ, ତାଙ୍କ ପରିବାର କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ ଯେ ସେ ସର୍ଟ-ଷ୍ଟେ ହୋମରେ ରହୁଥିବା ସମୟରେ ଗର୍ଭବତୀ ହୋଇଥିଲେ। ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ପୋଲିସ ସେ ନେଇ ତଦନ୍ତ ଆରମ୍ଭ ।
ଅନ୍ୟପକ୍ଷେ, ପୋଲିସ ସର୍ଟ-ଷ୍ଟେ ହୋମରେ ନିୟୋଜିତ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ ନାବାଳକ ପୁଅକୁ ଗିରଫ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।