(ସୌମ୍ୟରଞ୍ଜନ ବିଶ୍ୱାଳ ): ନକ୍ସଲ ଦମନପାଇଁ ରାଜ୍ୟର ପ୍ରଥମ ନକ୍ସଲବିରୋଧୀ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି ପକ୍ଷରୁ ନକ୍ସଲଗଡ଼ ଚିତ୍ରକୋଣ୍ଡା ଘଞ୍ଚଜଙ୍ଗଲ ମଧ୍ୟରେ ପ୍ରସ୍ତୁତି ବୈଠକ ଆବାହକ ଭାରତ ଭୂଷଣଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲା କମିଟିର ମୁଖ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆୟୋଜିତ ନୂତନ ରଣନୀତି ପ୍ରସ୍ତୁତି ବୈଠକରେ ହିଂସା ମୁକ୍ତ ଓଡିଶା ଅଭିଯାନ, ବିନା ହତିଆରରେ ଓ ଅହିଂସା ଉପାୟରେ କିଭଳି ମାଓବାଦିଙ୍କ ଫ୍ଲାଗ୍ ବିରୋଧରେ ଗଠିତ ସଂଗଠନର ଆଣ୍ଟି ନକ୍ସଲ ପିପଲସ ପିସ ଫୋର୍ସ (ଇଘଚଚଲ) ଏବଂ ନୁତନ ଭାବେ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ଗଠିତ ହିଂସାମୁକ୍ତ ଓଡିଶା ଅଭିଯାନ ମହିଳା ମୋର୍ଚ୍ଛା ଜରିଆରେ ଜିଲାରେ ଏବଂ ରାଜ୍ୟରେ ସଂଗଠନକୁ ମଜଭୁତ କରି ନକ୍ସଲ ମୁକ୍ତ ମାଲକାନଗିରି ଏବଂ ଗଠନ କରାଯିବ, ସେଉପରେ ଆଲଚନା ହୋଇଥିଲା । ଆୟୋଜିତ ନୂତନ ରଣନୀତି ପ୍ରସ୍ତୁତି ବୈଠକରେ ଯେଉଁଥିରେ ବିଶେଷ ନକ୍ସଲ ବିରୋଧୀ ରଣନୀତି ବିଛିନାଞ୍ଚଳକୁ ନେଇ ପ୍ରସ୍ତୁତି କରାଯାଇଥିଲା ।
ସୂଚନା ଅନୁସାରେ ବିଛିନାଞ୍ଚଳରୁ କିପରି ନକ୍ସଲ ସମସ୍ୟା ସମାଧାନ କରି ବିଛିନାଞ୍ଚଳରେ ବିକାଶ ହେବ ଏହି ଉପରେ ବିଶେଷ ଭାବେ ନକ୍ସଲ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଇଥିଲା । ବିଛିନାଞ୍ଚଳରେ ନବ ନିର୍ମିତ ହିଂସାମୁକ୍ତ ଓଡିଶା ଅଭିଯାନ ମହିଳା ମୋର୍ଚ୍ଛା ଜରିଆରେ ମାଓବାଦୀ ସଂଗଠନରେ କାର୍ୟ୍ୟକରୁଥିବା ମହିଳାମାନଙ୍କୁ ମୁକ୍ତି ଦିଆଯିବ,ଏବଂ ବଡ଼ ବଡ଼ ନକ୍ସଲ ନେତାଙ୍କ ଦ୍ୱାରା ସଂଗଠନରେ ସାମିଲ ଓ ସ୍ଥାନୀୟ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦହେବ ସେଥିପାଇଁ ବିଶେଷ ଭାବେ ନୂତନ ନକ୍ସଲ ବିରୋଧୀ ରଣନୀତି ପ୍ରସ୍ତୁତ କରଯାଇଥିଲା ।ବହୁତ ଶୀଘ୍ର ମାଓବାଦିଙ୍କ ବିରୋଧରେ ପ୍ରସ୍ତୁତ ନୂତନ ରଣନୀତି ଙ୍କୁ ଆଧାର କରି ହିଂସା ମୁକ୍ତ ଓଡିଶା ଅଭିଯାନ ରଣଭୂମି ଙ୍କୁ ଆସିବ ।କୌଣସି ପରିସ୍ଥିତି ରେ ଆଦିବାସୀ ହତ୍ୟାକାରୀ ଆଦିବାସୀ ବିକାଶ ବିରୋଧୀ ନକ୍ସଲଙ୍କୁ ଛଡ଼ା ଜୀବନକ୍ଷହିଁ । ତତସହିତ୍ ବିଛିନାଞ୍ଚଳରେ କିଭଳି ଅଧିକରୁ ଅଧିକ ଯୁବକ ଏବଂ ମହିଳାଙ୍କୁ ସଙ୍ଗଠନରେ ସାମିଲ କରାଯିବ ଏହା ଉପରେ ଆଲୋଚନା ବି କରାଯାଇଥିଲା ଆୟୋଜିତ କାଯ୍ୟକର୍ମରେ ।ହିଂସାମୁକ୍ତ ଓଡିଶା ଅଭିଯାନ ନକ୍ସଲ ମୁକ୍ତ ଓଡିଶା ଶକ୍ତିଶାଳୀ ଏବଂ ବିକଶିତ ଓଡିଶା ।