ମହାରାଷ୍ଟ୍ରରେ ସ୍ଥିତି ବେକାବୁ , ୧୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଅନୁମତି

(ମୁମ୍ବାଇ ) : ମହାରାଷ୍ଟ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗୁ କରିବା ପରେ ମଧ୍ୟ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ବହୁ ସଂଖ୍ୟକ ସଂକ୍ରମିତ ରୋଗୀ ବାହାରକୁ ଆସୁଛନ୍ତି, ଯେଉଁଥିପାଇଁ ଉଦ୍ଧବ ସରକାର ସମ୍ପୂର୍ଣ୍ଣ ଲକଡାଉନ ଲଗାଇବାକୁ ଘୋଷଣା କରିଛନ୍ତି । ଏଥି ସହ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ୧୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ସୂଚନା ଥାଉ ଯେ, ଧାରା ୧୪୪ ମହାରାଷ୍ଟ୍ରରେ ମେ ୧ ପର୍ଯ୍ୟନ୍ତ ଲାଗୁ ହେବ । ମହାରାଷ୍ଟ୍ର ସରକାର କୋଭିଡ ଗାଇଡଲାଇନକୁ ପରିବର୍ତ୍ତନ କରି କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଖାଦ୍ୟ ଦୋକାନ ମଧ୍ୟ ମାତ୍ର ୪ ଘଣ୍ଟା ପାଇଁ ଖୋଲାଯିବ । ପ୍ରଥମେ ରାତିରେ କର୍ଫ୍ୟୁ, ତା’ପରେ ୱିକେଣ୍ଡ୍ ଲକଡାଉନ୍ ଏବଂ ବର୍ତ୍ତମାନ ମିନି ଲକଡାଉନ୍ ସତ୍ତ୍ବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବନ୍ଦ ହୋଇନାହିଁ ।