ସୁବର୍ଣ୍ଣପୁରରେ ଗଜଲକ୍ଷ୍ମ ଧୁମଧାମରେ ପାଳିତ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ଘୋଡାଘାଟ ପଡା ବ୍ୟାସ ଆଶ୍ରମଠାରେ ମା ଗଜଲକ୍ଷ୍ମୀ ପୂଜା ହୋଇଯାଇଛି। ଏହି ପୂଜା କମିଟି ୪୮ ବର୍ଷ ହେଲା ସପୂଣ୍ଣ ରୀତିନୀତି ଓ ଶାନ୍ତି ଶୄଙ୍ଖଳା ର ସହ ପାଳନ କରି ସହର ରେ ସ୍ୱତନ୍ତ୍ରତା ବଜାୟ ରଖିପାରିଛି ।ମୁଖ୍ୟ ଅତିଥି ଭାବେ ସୋନପୁର ପୈ।ରପରିଷଦ ର ଅଧିକାରୀ ଅଶୋକ ମିଶ୍ର ଯୋଗ ଦେଇ ମେଲୋଡି, ଲୋକ ସଙ୍ଗୀତ, ଲୋକନୄତ୍ୟ କରାଯାଇଥିଲା । ଗଜ ଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା ସମାଜ ସେବୀ ଶ୍ରୀବଛ ମଲ୍ଲିକ ସ୍ୱହସ୍ତରେ ସୋନପୁର ମାଟିର ଗାୟକ ମାନଙ୍କୁ ତଥା ସ୍ୱାସ୍ୱତ ତ୍ରିପାଠୀ ଓ ଶତୄଘନ ଲୁହା ଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଆସନ୍ତା ୪ ତାରିଖରେ ମା ଗଜଲକ୍ଷ୍ମୀଙ୍କର ଭସାଣୀ ଉତ୍ସବ ଶୋଭାଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନେ ଆସିବେ ବୋଲି କମିଟିର ସଭାପତି ଜିତେନ୍ଦ୍ର ସାହୁ କହିଛନ୍ତି।ଗଜଲକ୍ଷ୍ମୀ ପୂଜାରେ ସହଯୋଗ କରୁଥିବା କମିଟିର ସମ୍ପାଦକ ସୁମିତ ପୂଜାହାରୀ, କୋଷାଧ୍ୟକ୍ଷ ନବକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।