(ତାରାକାନ୍ତ ନାୟକ): ସାଲେପୁର ମଧୁମଣ୍ଡପରେ ରାଜ୍ୟ ସ୍ତରୀୟ ଗଣ କବି ଜୟନ୍ତୀ ଓ କୁମାରୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଅକ୍ଷୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ବାଚସ୍ପତି ଶରତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ମେହେନ୍ଦି, ନୃତ୍ୟ ଓ ଅଳତା ପ୍ରତିଯୋଗିତା ହୋଇଥିଲା ବେଳେ ସନ୍ଧ୍ୟାରେ କୁମାରୀ କନ୍ୟାମାନେ ଚଉରା ପୂଜା କରିଥିଲେ।ମୂଖ୍ୟ ଅତିଥି ଶରତ କୁମାର କରଙ୍କୁ ରାଜ୍ୟ ସ୍ତରୀୟ ଗଣକବି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।