ପରଜଙ୍ଗ ଥାନା ଘେରାଉ କଲେ ନବନିର୍ମାଣ କୃଷକ ସଙ୍ଗଠନ ର ଶତାଧିକ ଚାଷୀ

( ସର୍ବେଶ୍ୱର ପାତ୍ର): ରାଜଧାନୀ ପରେ ଏବେ ବ୍ଲକ ସ୍ତରରେ ଚାଷୀ ଆନ୍ଦୋଳନ । ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାବିରେ ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଘେରାଉ କଲେ ଶତାଧିକ ଚାଷୀ କ୍ଷ ନବ ନିର୍ମାଣ କୃଷକ ସଂଘଠନ ର ଜିଲ୍ଲା ସଂଯୋଜକ ଧନେଶ୍ୱର ସାହୁ ଙ୍କ ନେତୃତ୍ୱ ରେ ଆଜି ବ୍ଲକ ର ଶତାଧିକ ଚାଷୀ ଥାନା ଘେରାଉ କରିଥିଲେ ।ଚାଷୀଙ୍କ ଉପରେ ପୋଲିସ ଜୁଲମ କୁ ପ୍ରତିବାଦ କରି ଏହି ଘେରାଉ ରେ ନିରାକାର ପ୍ରଧାନ, ଦିଲୀପ ନାଥ, ରମେଶ ବେହେରା, ଲକ୍ଷ୍ମୀଧର ନାୟକ ପ୍ରମୁଖ ଚାଷୀ ନେତାଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ ।