(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡଜାତ ଭବନରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମହୁଚାଷ ସଚେତନତା କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେ କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ ଓ କଣିହାଁ ବ୍ଲକର ମହୁ ଚାଷୀ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲାରୁ ଅଗ୍ରଣୀ ମହୁ ଚାଷୀ ସାମିଲ ହୋଇ ଉତ୍ପାଦନ,ସୁରକ୍ଷା, ବିକ୍ରି ଉପରେ ପ୍ରଶିକ୍ଷଣ ନେଇଛନ୍ତି ।ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ ଉପରେ ଜାତୀୟ ମହୁ ବୋର୍ଡ ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମକୁ କୃଷି ଏବଂ କୃଷକ ଉନୟନ ସଂସ୍ଥା ଆୟୋଜନ କରିଛି । ଉଦଘାଟନି ଉତ୍ସବରେ ଜିଲ୍ଲା ଉଦ୍ୟାନବିତ ଭଗବାନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପଉଦ୍ୟାନବିତ ରମେଶ ଚନ୍ଦ୍ର ଦାସ,କାମାକ୍ଷାନଗର ଉଦ୍ୟାନବିତ ପତିତ ପାବନ ସାମନ୍ତରାୟ,କାମାକ୍ଷାନଗର ରେଞ୍ଜର ବିଭୂଦାନନ୍ଦ ମିଶ୍ର, ତନିଷ୍କ ଗ୍ରାମୀଣ ସଂସ୍ଥା ସମ୍ପାଦକ ସଂଜୀବ କୁମାର, ପ୍ରଶିକ୍ଷକ ବିଷ୍ଣୁ ଜ।ଙ୍ଗେଲ, ତାପସ ସାହୁ,ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।