(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଦେଖିବାକୁ ମିଳିଥିଲା ଗୁଣିଗାରେଡି । ବୈଜ୍ଞାନିକ ଯୁଗରେ ବି ଅନେକ ଲୋକ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି ।
ସୂଚନାଅନୁସାୟୀ, କଙ୍କଡାହାଡ ଗାଁର ମଙ୍ଗୁଳି ବାରିକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାରିକଙ୍କୁ ଗତକାଲି ଅପରାହ୍ନରେ ସାପ କାମୁଡିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ବାପା ଆସି ମେଡିକାଲରେ ପରିସରରେ ପୁଅକୁ ଝଡାଫୁଙ୍ଗା କରିଥିଲେ । ପୂର୍ବରୁ କାମାକ୍ଷାନଗର ମେଡିକାଲରେ ବାଇସିଂଘ ଗ୍ରାମର ଜଣେ ସାପ କାମୁଡା ରୋଗୀଙ୍କୁ ଗୁଣିଆ ଝଡାଫୁଙ୍ଗା କରୁଥିବା ଦେଖିବାକୁ ମିଳିଥିଲା ।