କେନାଲ ଭାଙ୍ଗି ୧୦ ଫୁଟର ଘାଈ ସୃଷ୍ଟି

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ପଂଚାୟତ ବାଇସିଙ୍ଘ ଗ୍ରାମରେ ରେଙ୍ଗାଳି ଭଇରପୁର ଶାଖା କେନାଲ ଭାଙ୍ଗି୧୦ ଫୁଟର ଘାଈ ସୃଷ୍ଟି ହୋଇଛି। ଗାଁ ଭିତରେ ପାଣି ପଶିଯିବାରୁ ଲୋକେ ଆତଙ୍କିତ । ଆଜି ସକାଳେ ଗାଁ ନିକଟରେ ଯାଇଥିବା କେନାଲରେ ୧୦ଫୁଟ ଗଭୀର ଘାଇ ସୃଷ୍ଟି ହୋଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିମ୍ନମାନର କାମ ପାଇଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ।