(ସର୍ବେଶ୍ୱର ପାତ୍ର): ରାଜ୍ୟାବ୍ୟାପି ବିଜେଡି ଶାସନରେ ପିସି, ଦୁର୍ନିତୀ, ଭ୍ରଷ୍ଟାଚର ଓ ପ୍ରିୟାପ୍ରୀତି ତୋଷଣ ବିରୋଧରେ ବିଜେପି ଆନ୍ଦୋଳନ ଚଳାଇଛି । ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ବିଜେପି ଜିଲ୍ଲା ସଭାପତି ବିଭୁତି ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ବିଜେପି ନେତା କର୍ମୀ କଙ୍କଡ଼ାହାଡ଼ ହାଟପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି କଙ୍କଡ଼ାହାଡ଼ ବ୍ଲକ ଆଗରେ ବିଜେଡ଼ି ସରକାରଙ୍କ ବିରୋଧରେ ନ।ର।ବାଜି କରିଥିଲେ ।କେନ୍ଦ୍ର ଯୋଜନା କୁ ରାଜ୍ୟ ଭୁଆଁ ବୁଲାଉଥିବା କହିବା ସାଙ୍ଗକୁ ରାଜ୍ୟରେ ଦିନକୁ ଦିନ ଅଧିକ ଦୁର୍ନୀତି ବଢୁଛି ଯାହାକୁ ନେଇ ଏହି ଆନ୍ଦୋଳନ ।ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି,ନିର୍ବାଚନ ମଣ୍ଡଳୀ ପର୍ୟ୍ୟବେକ୍ଷକ ପ୍ରେମାନନ୍ଦ ଜେନାଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।