( ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ଭୁବନ କେନ୍ଦୁଢ଼ିପ ଅଗ୍ନି ବିପର୍ଣ୍ଣଙ୍କୁ ସହାୟତା ପ୍ରଦାନ କଲା ଭାରତୀୟ ତୈଳ କମ୍ପାନୀ । ଗତ ୮ତାରିଖରେ ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ରୁ ଅଧିକ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଆଜି ଗାଁରେ ବିଜେପି ନେତା ଶତ୍ରୁଘନ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗାଁକୁ ଯାଇ ଭାରତୀୟ ତୈଳ କମ୍ପାନୀ ତରଫରୁ ଆସିଥିବା ରିଲିଫ ସହାୟତ।କୁ ପୁର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି ଆସି ଲୋକଙ୍କୁ ରିଲିଫ ପ୍ରଦାନ କରିଥିଲେ । ପୁର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ସରପଞ୍ଚ ସିଲରାଣୀ ସାହୁ,ପବିତ୍ର ବିଶ୍ୱାଳ,ପ୍ରେମାନନ୍ଦ ଜେନା,ସୁଶାନ୍ତ ସ୍ୱାଇଁ,ତୈଳ କମ୍ପାନୀ ର ଶ୍ରୀନିବାସ ପାତ୍ର ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।