ସରକାରୀ ଯୋଜନାରୁ ବଞ୍ଚିତ ଗରିବ – ଅଶୋକ ଓଝା

(ଦୀପକ କୁମାର): ଯାଜପୁର ଜିଲ୍ଲା ଧର୍ମଶାଳା ସଂପାରୁ ପଚାଂୟତର ଅଶୋକ ଓଝାଙ୍କ ଦୁଃଖ କହିଲେ ନଚଳେ । ଆଜକୁ ୨ ବର୍ଷ ହେଲା ସ୍ପାଇନାଲ କଡ଼୍ ରୋଗ ରେ ଆକ୍ରନ୍ତ ହୋଇ ପଙ୍ଗୁ ହୋଇ ଘର ବସିରହିଛନ୍ତି ଅଶୋକ ।
ଅଶୋକ ଓଝାଙ୍କ ବୟସ ୩୨ । ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସାଙ୍ଗରେ ଅଛନ୍ତି ସ୍ତ୍ରୀ , ୩ ବର୍ଷର ଝିଅ ଏବଂ ବାପା । ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି ଏମାନଙ୍କ ପରିବାର । ନାଁ ଅଛି ରେସନ୍ କାର୍ଡ଼ ନା ଅଛି ଭତ୍ତା । ଏନେ ଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ସହାୟତା ପାଇବା ବଦଳରେ ନିରାଶ ହୋଇଛନ୍ତ ଓଝାଙ୍କ ପରିବାର । ସ୍ତ୍ରୀ ମାନସୀ ଓଝା ଋଣ ଆଣି ସିଲେଇ ମେସିନ କିଣି ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବାକୁ ନିଅଣ୍ଟ । ତା ଉପରେ ପୁଣି ସ୍ୱାମୀଙ୍କ ଔଷଧ ଖର୍ଚ୍ଚ । ଅନ୍ୟପଟେ ଗ୍ରାମବାସୀଙ୍କ ସହଯୋଗରେ ଚଳୁଛନ୍ତି ଏହିି ନିଶହାୟ ପରିବାର ।