ରାତାରାତି ଇରାଶିଷଙ୍କୁ ଉଠାଇନେଲା ପୋଲିସ

ବରଗଡ: ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ପୂର୍ବରୁ ଗିରଫ ହେଲେ ବିଜେପିର ଯୁବ ମୋର୍ଚ୍ଚା ସଭାପତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କାରେ ଗିରଫ ହୋଇଛନ୍ତି ବିଜେପି ନେତା । ଭଟଲି ଘରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ପୋଲିସ ଭଟଲି ଘରୁ ଗିରଫ କରିଥିବା ସୂଚନା ମିଳିଛି ।
ବିଜେପି ଯୁବ ନେତା ଇରାଶିଷଙ୍କ ସମେତ ୧୨ କର୍ମୀ ଏବଂ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ପୋଲିସ ରାତାରାତି ଉଠାଇ ନେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ନେଇ ଆଶଙ୍କା ଥିବାରୁ ଏମାନଙ୍କୁ ଗିରଫ କରାଯାଇଛି ।