ଗଜପତିରେ ଭିଜିଲାନ୍ସର ବଡ଼ ଆକ୍ସନ୍। ପଟନାୟକ ବନ୍ଧ ପ୍ରକଳ୍ପରେ ଦୁର୍ନୀତି ଓ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ସରକାରୀ କର୍ମଚାରୀ ଥିବା ବେଳେ, ଅନ୍ୟ ଜଣେ ଠିକାଦାର ବୋଲି ଜଣାପଡ଼ିଛି। ସରକାରୀ ଅର୍ଥରୁ ପ୍ରାୟ ୫୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଡି. ଯୁଧିଷ୍ଟିର, ସଞ୍ଜୀବ ଚମ୍ପତ୍ତି ଏବଂ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଗିରଫ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବେ ପଟନାୟକ ବନ୍ଧ ପ୍ରକଳ୍ପରେ ଏତେ ବଡ଼ ଅର୍ଥ ଅନିୟମିତତା କିପରି ହେଲା, ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।