ଭାରତୀୟ ଡ଼ାକ ସେବା ପକ୍ଷରୁ ଗ୍ରାମୀଣ ଡ଼ାକ ସେବକ ପଦପାଇଁ ପ୍ରକାଶ ପାଇଲା ବଜ୍ଞପ୍ତିି

(ରିପୋର୍ଟସ ଟୁଡ଼େ): ଭାରତୀୟ ଡାକ ସେବା ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ ୨୨୮୬ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଯେଉଁ ଆଶାୟୀ ମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ଡାକ ସେବାର ୱେବସାଇଟରେ ଯାଇ ଆବେଦନ କରିପାରିବେ ।

ଏହି ପଦଗୁଡିକରେ ଓବିସି ପାଇଁ ୫୩୬, ଏସସି ପାଇଁ ୨୪୨ ଏବଂ ଏସଟି ପାଇଁ ୧୮୭ ଏବଂ ଅଣସଂରକ୍ଷିତ ବର୍ଗ ପାଇଁ ୧୦୦ଟି ପଦ ଉଦ୍ଦିଷ୍ଟ ରହିଛି ।

ଯୋଗ୍ୟତା : ଏହି ପଦଗୁଡିକ ପାଇଁ କୌଣସି ଏକ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀମାନେ ଆବେଦନ କରିପାରିବେ ।

ବୟସ ସୀମା : ପଦଗୁଡିକ ପାଇଁ ଆଶାୟୀମାନଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଫି : ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ୧୦୦ ଟଙ୍କାର ଫି ଦେବା ପାଇଁ ପଡିବ । କିନ୍ତୁ ଏସଟି ଏସସି ଏବଂ ମହିଳା ଆଶାୟୀମାନଙ୍କୁ କୌଣସି ପ୍ରକାର ଫିସ ଦେବାକୁ ପଡିବ ନାହିଁ
ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ରହିଛି ଡିସେମ୍ବର ୪ ତାରିଖ ୨୦୧୮ ।
କେମିତି କରିବେ ଆବେଦନ : ଇଚ୍ଛୁକ ଥିବା ଆଶାୟୀମାନେ ଡାକ ବିଭାଗର ୱେବସାଇଟ www.appost.in ରେ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ଆଶାୟୀମାନଙ୍କର ଚୟନ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କରାଯିବ ।