ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଇବି :ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର: ପ୍ରଥମେ ମୁଁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ଏତେବଡ ଗୁରୁଦାୟିତ୍ୱ ମିଳିଛି । ମୁଁ ତାକୁ ନିଷ୍ଠାରସହ କାର୍ଯ୍ୟ କରିବି, ଏବଂ ସମସ୍ତ ଜିଲ୍ଲା ଏବଂ ମୋ ଜିଲ୍ଲାବାସୀଙ୍କ ପାଖରେ ରାଜ୍ୟସରକାରଙ୍କ ଯୋଜନା ସଠିକ ଭାବରେ ପହଞ୍ଚାଇବି । ନବୀନ । ଙ୍କ ନୂଆଟିମରେ ପ୍ରଥମଥର ଭାବେ ଶପଥ ନେଇଛନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ । ୨୦୦୯ରେ ନୂଆପଡ଼ାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତେବେ ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ରାଜେନ୍ଦ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।