(ସୌମ୍ୟ ରଞ୍ଜନ ସେଠୀ) : ଆଗକୁ ହକି ବିଶ୍ୱକପ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ତା ପୂର୍ବରୁ ଆଜିଠାରୁ ଆରମ୍ଭ ହେବ ଗଣ ଐଋଇଜଞ ଈଋଇଞଝ ୠଙଜ ଐଙଉକଋଣ କ୍ୟାମ୍ପେନ୍ । ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପେନର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି । ସଂଗୀତ, ମନୋରଞ୍ଜନ, ଫ୍ୟାସନ, ପ୍ୟାନେଲ ଡିସ୍କସନ ଜରିଆରେ ହକି ପାଇଁ ସାଧାରଣ ଲୋକଙ୍କ ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଉଛି କ୍ୟାମ୍ପେନ୍ । ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ଦେଶର ବିଭିନ୍ନ ସ୍ଥାନରେ ହାର୍ଟବିଟ୍ ସେଣ୍ଟର ଖୋଲାଯିବା ସହ ସ୍ୱତନ୍ତ୍ର ହକି ଷ୍ଟିକ୍ ରଖାଯିବ । କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଦୁଇଟି ହକିଷ୍ଟିକ୍ ରହିବ । ଏହି ହକି ଷ୍ଟିକ୍ ଛୁଇଁବା କ୍ଷଣି ଜଣଙ୍କ ହାର୍ଟବିଟ୍ ରେକର୍ଡ ହେବ । ତା ଛଡା ଚଣ୍ଡିଗଡ଼, ବେଙ୍ଗଳୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା ଓ ଇମ୍ଫାଲରେ ମଧ୍ୟ ସ୍ୱତନ୍ତ୍ର ହକିଷ୍ଟିକ୍ ରଖାଯିବ ।