ଆଇନ ଜୀବୀ ଗୋଷ୍ଠି ବିବାଦ-ହାଇକୋର୍ଟ ପରିସରରେ ଲଙ୍କାକାଣ୍ଡ

(ରିପୋର୍ଟସ ଟୁଡେ): ହାଇକୋର୍ଟ ପରିସରରେ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କାର୍ୟ୍ୟରେ ଯୋଗ ଦେବାକୁ ଯାଉଥିବା ଆଇନଜୀବୀଙ୍କୁ ଆନ୍ଦୋଳନରତ ଓକିଲଙ୍କ ବିରୋଧ ଯୋଗୁଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ ଆହତ ହୋଇଛନ୍ତି । କଟକ ଲାଲବାଗ୍ ଥାନାରେ ଏ ନେଇ ଫେରାଦ ହୋଇଛନ୍ତି ଆଇନଜୀବୀ । କୋର୍ଟ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଆଡଭୋକେଟ୍ ଜେନେରାଲଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମଧ୍ୟ କିଛି ଆଇନଜୀବୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଆଡଭୋକେଟ୍ ଜେନେରାଲଙ୍କ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏହି ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କ’ଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବ ।