(ମମତା ସାମଲ) : ଗ୍ରାହକଙ୍କ ପାଇଁ ଖୁସି ଖବର । ହ୍ରାସ ପାଇଲା ସୁନା ଓ ରୂପା ଦର । ସୁନା ଦର ୧୦୦ ଟଙ୍କା କମିଛି । ଯାହା ଫଳରେ ୧୦ ଗ୍ରାମ ସୁନାର ଦର ଏବେ ୩୧୨୫୦ ଟଙ୍କା । ସେହିପରି ରୂପା ଦର କମି କିଲୋଗ୍ରାମ ପିଛା ହୋଇଛି ୩୭୭୦୦ ଟଙ୍କା । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସୁନା ଏବଂ ରୂପା ଦରରେ ହ୍ରାସ ଗ୍ରାହକଙ୍କ ମନରେ ଖୁସି ଆଣିଛି ।