(ମୁମ୍ବାଇ ): ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇସାରିଛି ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ସିନେମା । ଗୋଟିଏ ଅକ୍ଷୟ କୁମାରଙ୍କ ‘ ଗୋଲ୍ଡ’ ଏବଂ ଅନ୍ୟଟି ଜନ ଆବ୍ରାହମଙ୍କ ‘ ସତ୍ୟମେବ ଜୟତେ’ । ଉଭୟ ସିନେମାଟି ପ୍ରଥମ ଦିନରେ ଭଏ ବ୍ୟବସାୟ କରିଥିବା ବେଳେ ଦ୍ୱତୀୟ ଦିନ ବ୍ୟବସାୟରେ ହ୍ରାସ ହେଇଛି । ଗୋଲ୍ଡ ୩୦୦୦ ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲାବେଳେ ସତ୍ୟମେବ ଜୟତେ ୨୫୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ତେବେ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ପ୍ରଥମ ଦିନ ୨୫.୨୫ କୋଟି ଏବଂ ଦ୍ୱିତୀୟ ଦିନ ୩୩.୨୫ କୋଟି ଟଙ୍କା ବ୍ୟବସାୟ କରଥିଲା । ସେହିପରି ଜନଙ୍କ ‘ସତ୍ୟ
ମେବ ଜୟତେ ’ ପ୍ରଥମ ଦିନ ୨୦.୫୨ କୋଟି ଏବଂ ଦ୍ୱିତୀୟ ଦିନ ୭.୯ କୋଟି ଟଙ୍କା ବ୍ୟବସାୟ କରିଥିଲା । ଉଭୟ ଚଳଚ୍ଚିତ୍ର ମନୋରଞ୍ଜନ ଧର୍ମୀ ହୋଇଥିଲେ ମଧ୍ୟ ଏହା ସତ୍ୟ ଘଟଣା ଉପରେ ଆଧାରିତ । ଅକ୍ଷୟଙ୍କ ‘ଗୋଲ୍ଡ’ କୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି । ଆଗକୁ ମଧ୍ୟ ‘ ଗୋଲ୍ଡ’ ଭଲ ବ୍ୟବସାୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି ।