ଆପଣ ତୁଳସୀମାଳା ଧାରଣ କରୁଛନ୍ତି କି ?
କଣ କହୁଛି ଶାସ୍ତ୍ର ?
ଶାସ୍ତ୍ର ଅନୁସାରେ କଣ ରହିଛି ମାଳା ପିନ୍ଧିବାର ନିୟମ
ତୁଳସୀ ଗଛ ହେଉଛି ଅତ୍ୟନ୍ତ ପବିତ୍ର ଓ ପୂଜନୀୟ ।ସନାତନ ଧର୍ମରେ ତୁଳସୀ ଗଛର ଅନେକ ମହତ୍ୱ ରହିଛି ।ତେବେ ତୁଳସୀ କେବଳ ଏକ ଗଛ ନୁହେଁ ଏହା ଭକ୍ତ ମାନଙ୍କ ବିଶ୍ୱାସ ଓ ଆସ୍ଥା ର ସ୍ୱରୂପ ।ତେବେ ଧାର୍ମିକ ମାନ୍ୟତା ଅନୁସାରେ , ଭଗବାନ ବିଷ୍ଣୁ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପୂଜା ରେ ତୁଳସୀ ପତ୍ରର ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ଭକ୍ତ ମାନେ ତୁଳସୀ ପତ୍ର ଭକ୍ତି ଓ ଶ୍ରଦ୍ଧା ର ସହିତ ଭଗବାନ ଙ୍କୁ ଅର୍ପଣ କରିଥାନ୍ତି ।ଏହା ସହ ତୁଳସୀ କାଠରୁ ତିଆରି କଣ୍ଠିମାଳା ମଧ୍ୟ ବୈଷ୍ଣବ ସମ୍ପ୍ରଦାୟ ର ଏକ ପ୍ରମୁଖ ଧାର୍ମିକ ପ୍ରତୀକ ।ତେବେ ପ୍ରଭୁ ବିଷ୍ଣୁ ଓ ଶ୍ରୀକୃଷ୍ଣ ଙ୍କ ଭକ୍ତ ମାନେ ଏହାକୁ ଶ୍ରଦ୍ଧାର ସହ ବେକ ରେ ଧାରଣ କରିଥାନ୍ତି ।ତେବେ ଭକ୍ତ ଙ୍କ ବିଶ୍ୱାସ ଅନୂସାରେ, ଏହା ମନ କୁ ଶାନ୍ତି , ଭକ୍ତି ଓ ସାତ୍ତ୍ୱିକ ଚିନ୍ତାଧାରା ଆଡକୁ ନେବାକୁ ଅଗ୍ରସର କରିଥାଏ । ତେବେ ଶାସ୍ତ୍ର ଅନୁସାରେ ତୁଳସୀ କଣ୍ଠି ମାଳା ପିନ୍ଧିବାର କିଛି ନିୟମ ପାଳିବାର ବିଧି ଓ ପରମ୍ପରା ରହିଛି ।ତେବେ ବୈଷ୍ଣବ ଧର୍ମରେ ସେମାନେ ତୁଳସୀ କଣ୍ଠି ମାଳାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ।ଯେହେତୁ ସେମାନେ ପ୍ରଭୁ ବିଷ୍ଣୁ ଓ ଶ୍ରୀକୃଷ୍ଣ ଙ୍କ ଭକ୍ତ ସେମାନେ ତୁଳସୀ କଣ୍ଠି ମାଳା ଧାରଣ କରିବା ପରେ ସାତ୍ତ୍ୱିକ ଜୀବନ ଶୈଳୀକୁ ଗୁରୁତ୍ୱ ଦିଅନ୍ତି । ବୈଷ୍ଣବ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଷ୍ଣୁ ଓ ଶ୍ରୀକୃଷ୍ଣ ଙ୍କ ନାମ ଓ ମନ୍ତ୍ର ଜପ ପାଇଁ ତୁଳସୀ ମାଳାକୁ ବ୍ୟବହାର କରିଥାନ୍ତି ।ତେବେ ବୈଷ୍ଣବ ମାନେ ଆମିଷ ଖାଦ୍ୟ ଠାରୁ ଦୂରରେ ରୁହନ୍ତି , ଶୁଦ୍ଧ ଆହରଣ ଗ୍ରହଣ କରନ୍ତି ଏବଂ ଏହା ସହ ମନ , ବଚନ , ଚିତ୍ତ ଓ କର୍ମ କୁ ପବିତ୍ର ରଖିବାକୁ ସର୍ବଦା ଚେଷ୍ଟିତ ରୁହନ୍ତି ।ତେବେ ବୈଷ୍ଣବ ଧର୍ମରେ ତୁଳସୀ ମାଳା ଜପ କରିବାର ମଧ୍ୟ ପରମ୍ପରା ରହିଛି । ତେବେ ବିଶେଷ ଭାବେ କହିବାକୁ ଗଲେ ତୁଳସୀ କଣ୍ଠି ମାଳା ବେକରେ ପକାଇବା ଏକ ଧାର୍ମିକ ପ୍ରତୀକ ନୁହେଁ , ଏହା ଭକ୍ତ ମାନଙ୍କର ଭଗବାନ ଙ୍କ ପ୍ରତି ନିଷ୍ଠା , ଶ୍ରଦ୍ଧା , ପ୍ରେମ ଓ ସମର୍ପଣ ର ପ୍ରତୀକ ।ତେଣୁ ଧାର୍ମିକ ମାନ୍ୟତା ଅନୁସାରେ , ତୁଳସୀ ଧାରଣ କରିବା ସହ ଏହି ତୁଳସୀ ମାଳାର ମର୍ଯ୍ୟାଦା ଓ ପବିତ୍ରତା କୁ ସମ୍ମାନ ଦେବା ମଧ୍ୟ ନିହାତି ଜରୁରୀ ଅଟେ । ତେବେ ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଗଛ ମଧ୍ୟ ଘରକୁ ନକାରାତ୍ମକ ଶକ୍ତି ଠାରୁ ଦୁରେଇ ରଖିଥାଏ ।