(ରିପୋଟର୍ସ ଟୁଡେ): ବିଶେଷ କରି ଆମ ଭାରତୀୟମାନେ ଖାଇବାରେ ଅଦାର ବ୍ୟବହାର ସର୍ବାଧିକ ହେଉଥିବାର ଦେଖାଯାଏ । ଏହା ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ ।
ତେବେ ଆସନ୍ତୁ ଜାଣିବା ଅଦାର ଉପକାରିତା :
ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ସକାଳେ ଅଦା ଚା’ ପିଇଲେ ପେଟ ସମସ୍ୟା ଦୂର ହେବା ସହ ମୁଣ୍ଡବିନ୍ଧାରୁ ମଧ୍ୟ ରକ୍ଷା ମିଳେ।
ଖରା ଦିନ ହେଉ ଅବା ବର୍ଷା ଦିନ, ସୁପ୍ରେ ଅଦା ଛୋଟଛୋଟ ଖଣ୍ଡ କରି ପକାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରୁଥିବାର ପରୀକ୍ଷାରୁ ଜଣାପଡ଼ିଛି।
ଓଜନ କମ୍ କରିବାକୁ ଚାହୁଁଥିଲେ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ନିୟମିତ ଅଦାର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଉପକାରୀ।
ଖାଲି ପେଟରେ ଅଧ ଚାମଚ ଅଦାରସ ପିଇଲେ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହା ପାକସ୍ଥଳୀକୁ ଶକ୍ତି ଯୋଗାଉଥିବାର ପ୍ରକାଶ।
ଏହା ମଧ୍ୟ ଧ୍ୟାନରେ ରଖିବା ଆବଶ୍ୟକ ଯେ ଅଧିକ ପରିମାଣରେ ଅଦା ଖାଇଲେ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ଅଦାକୁ ଶୁଖାଇ ପରେ ଏହାକୁ ଗୁଣ୍ଡ କରି ରଖନ୍ତୁ। ୧ ଗିଲାସ ଉଷୁମ ପାଣିରେ ଅଧ ଚାମଚ ଅଦା ଗୁଣ୍ଡ ମିଶାଇ ପିଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।