( ଅମରେନ୍ଦ୍ର ଦେହୁରୀ) : ଘଟଗାଁ ବ୍ଲକ ମାତାରିଣୀ ପାଲା ମଣ୍ଡପଠାରେ ପାଳିତ ହୋଇଯାଇଛି ବିଶ୍ୱକର୍ମାପୂଜା । ବଶ୍ୱକର୍ମା ପୂଜା ଅବସରରେ ଘଟଗାଁ ଚାଳକ ସଂଘ ତରଫରୁ ଚାଳକ ଦିବସ ଆୟୋଜନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିଲୋଚନ ମିଶ୍ର , ସାମ୍ମାନୀୟ ଅତିଥି ସମାଜସେବକ ସଞ୍ଜୟ ମିଶ୍ର , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୁକ୍ତିକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ଡାକ୍ତର ମୁକ୍ତିକାନ୍ତ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଦୈନଦିନ ଘଟୁଥିବା ଦୁର୍ଘଟଣାକୁ କିପରି ରୋକାଯାଇପାରିବ ସେ ବିଷୟରେ ଚାଳକ ମାନଙ୍କୁ ଜଣାଇଥିଲେ ।