କଲିକତାର ବାଗ୍ରି ବଜାରରେ ବୟାବହ ଅଗ୍ନିକାଣ୍ଡ

(ରିପୋଟର୍ସଟୁଡେ) : କଲିକତାର ଜନଗହଳିପୂର୍ଣ୍ଣ ଅଞ୍ଚଳ ବାଗ୍ରି ବଜାରର ଦୋକାନରେ ରବିବାର ପ୍ରାୟ ୨:୪୫ ରେ ନିଆଁ ଲାଗିଯାଇଥିଲା, ୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ନିିଆଁକୁ ଆୟତ କରାଯାଇପାରିନାହିଁ । ଏହି ନିଆଁକୁ ଆୟତ କରିବାପାଇଁ ଦମକଳବିଭାଗର ୩୫ ଟି ଗାଡି ଏବଂ ୨୫୦ ଜଣ କର୍ମଚାରି ଲଗାତର ଚେଷ୍ଟା ଚଲାଇଛନ୍ତିି । କୈନିଙ୍ଗ ଷ୍ଟ୍ରେଟ୍ ସ୍ଥିତ ବାଗ୍ରି ବଜାର କଲିକତାର ମୁଖ୍ୟ ବ୍ୟାପାର କେନ୍ଦ୍ରବୋଲି ଜଣାଯାଏ । ଏଠାରେ ପ୍ରାୟ ୧,୦୦୦ ଦୋକାନ ରହିଛି । ବାଗ୍ରି ବଜାରରେ ନିଆଁ ପ୍ରଥମେ ଗ୍ର୍ରାଉଣ୍ଡଫ୍ଲୋରରେ ଲାଗିଥିଲା ।

କଲିକତାର ଡିପ୍ଟୀ ଫାୟାର ଡାଇରେକ୍ଟରଙ୍କ କହିବା ଅନୁଯାୟୀ, ଦମକଳ କର୍ମୀମାନେ ଗ୍ରାଉଣ୍ଡଫ୍ଲୋରରୁୁ ଟପ୍ ଫ୍ଲୋର ପର୍ଯ୍ୟନ୍ତ ପହଁଁଞ୍ଚିଯାଇଥିଲେ, କିନ୍ତୁ ସେଠାର ଦୋକାନରେ ଥିବା କେମିକାଲଯୁକ୍ତ ସାମଗ୍ରୀ ଯୋଗୁଁ ନିଆଁ ଅଧିକ ଯୋର ଧରିବାରେ ଲାଗିଛି, ଏହାଯୋଗୁୁଁ ନିଆଁକୁ ଆୟତ କରିବାରେ ଅସୁୁବିଧା ହେଉଛି । ଦୁର୍ଗାପୂଜା ପୂର୍ବରୁୁ ଲାଗିଥିବା ଏହି ନିଆଁଯୋଗୁଁ ଦୋକାନିମାନଙ୍କର ବହୁମମାତ୍ର୍ରାରେ କ୍ଷତି ହୋଇଛି । ପାଖରେ ଥିବା ଅନ୍ୟ କୋଠାଗୁଡିକରେ ନିଆଁ ଯେପରି ନଲାଗେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

୬୦ ବର୍ଷ ପୁରୁଣା ଏହି କୋଠାରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ଦମକଳ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି । ପୋଲିସର ସୂଚନା ଅନୁୁସାରେ କାହାର ମୃତ୍ୟବରଣ କରିବାର ଖବର ମିଳିନାହିଁ, କିନ୍ତୁ ଏଥିରେ ଦମକଳବାହୀନିର ଦୁଇଜଣ କର୍ମଚାରିଙ୍କ ସହିତ ୬ ଜଣ ବିଷାକ୍ତ ଧୁଆଁଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ବ୍ୟକ୍ତିଙ୍କୁୁ କଲିକତାର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ସେମାନଙ୍କୁ ଛୁଟି ଦିଆଯାଇଥିଲା ।