(ରିପୋର୍ଟସ ଟୁଡେ) ବାଲିପାଟଣା ଥାନା ଅନ୍ତର୍ଗତ ପାଣିକଟା ଗ୍ରାମରେ ଆଜି ସକାଳେ ଗଛକଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ ପକ୍ଷର ମୋଟ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ଲକ୍ଷ୍ମଣ ସେଠୀ (୫୦), ତାଙ୍କ ଭାଇ ଭରତ ସେଠୀ (୪୮) ଓ ଦିଲ୍ଲୀପ ସେଠୀ (୩୮)। ଲକ୍ଷ୍ମଣଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଥାନାରେ ଉଭୟ ପରିବାର ପକ୍ଷରୁ ଅଭିଯୋଗ ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଲକ୍ଷ୍ମଣ ଓ ଦିଲ୍ଲୀପଙ୍କ ପରିବାର ମଧ୍ୟରେ ଜାଗାବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା।