ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ, ଜେଇ ନିଲମ୍ବିତ

(ରିପୋର୍ଟସ ଟୁଡେ) ଗତକାଲି ବାରିପଦା ବନଖଣ୍ଡର ଦେଉଳି ବନାଚଂଳ ଅଧିନସ୍ଥ ଚାନ୍ଦୁଆ ବନପାଳ ସେକ୍ସନ ଅନ୍ତର୍ଗତ ରଥଶୋଳ ବିଟ ସୁନାପୋଷୀ ଜଙ୍ଗଲ ନିକଟସ୍ଥ ଚାଷ ଜମି ଉପରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ୧୫/୧୬ ବର୍ଷ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ବନବିଭାଗ ଓ ନେସ୍‌କୋର କାର୍ୟ୍ୟ ଦକ୍ଷତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ଘଟଣା ତଦନ୍ତ ପରେ କୁଳିଅଣା ନେସ୍‌କୋ ଜେଇ ପଦ୍ମକି‌େଶାର ଜେନାଙ୍କୁ ନିଲମ୍ବିତ କରାଯାଇଛି ବେଲି ଅଧୀକ୍ଷଣ ଯନ୍ତ୍ରୀ ରାବୀବ ନାୟକ ସୂଚନା ଦେଇଛନ୍ତି। ଏ ସଂପର୍କରେ ଦେଉଳି ରେଞ୍ଜରେ ୧୧୪ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ବନ ବିଭାଗ ୨.୪୩ ମିନିଟ ସମୟରେ ନେସ୍‌କୋ ସହକାରୀ ଯନ୍ତ୍ରୀଙ୍କୁ ବିଦ୍ୟୁତ୍‌ କାଟ କରିବା ପାଇଁ ମେସେଜ ପଠାଇଥିଲେ  ହେଲେ ସେ ଅଚଂଳର ବିଦ୍ୟୁତ୍‌ କାଟ କରାଯାଇନଥିଲା  ସନ୍ଧ୍ୟା ୬.୩୦ ମିନିଟ ସମୟରେ ଏହି ଦନ୍ତାହାତୀଟି ମୃତ୍ୟୁ ହୋଇଛି। ଏ ସମ୍ପର୍କରେ କୁଳିଅଣା ନେସ୍‌କୋ ଏସ୍‌ଡିଓ ସୁବ୍ରତ କୁମାର ଖଟୁଆଙ୍କୁ ପଚାରିବାରୁ ସେ କହିଲେ ବନ ବିଭାଗ ପକ୍ଷରୁ ହାତୀ ଆସିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା  ଏହି ହାତୀଦ୍ୱୟ ବିଗତ ୧୦ ଦିନ ଧରି ଚାନ୍ଦୁଆ ଥାନା ଅଚଂଳରେ ବିଭିନ୍ନ ଅଚଂଳରେ ପାଚିଲା ଧାନ ଫସଲ ନଷ୍ଟ କରୁଥିଲେ  ବନ କର୍ମଚାରୀ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲେ  ଆଜି ମୃତ ହାତୀର ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସାଧିକାରୀ ଡ. ରାମଚନ୍ଦ୍ର ମହାନ୍ତି, ଡ. ସୁବାସ ତନ୍ଦ୍ର ମହାନ୍ତି ଓ ଡ. ବିକାନ ମୋହନ ପୋଥାଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରକାଶ ଥାଉ କି , ଗତବର୍ଷ ଠିକ୍‌ ଏହିପରିଭାବେ ବେତନଟୀ ରେଞ୍ଜ ଝାଡଜାମଦାରେ ମଧ୍ୟ ବିଦ୍ୟୁଥ୍‌ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଥିଲା।