ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ

( ଜଗନ୍ନାଥ ଅଗ୍ରୱାଲ): ଥମୁନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଅନୁଗୁଳ ଜିଲ୍ଲା ନୂଆଁଖତା ଗାଁରେ । ଗାଁର ରମେଶ ସାହୁ ଛେଳି ଚରାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ରମେଶ ଶିବାର ସକାଳେ ନୂଆଁଖେତା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ଓ ଗ୍ରାମବାସୀ ଜଙ୍ଗଲକୁ ଖୋଜିବାକୁ ଯାଇ ସେଠାରେ ରମେଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ରମେଶଙ୍କୁ ହାତୀ ଦଳି ଦେଇ ମାରିଥିବା ଜଣାପଡିଛି । ଖବର ପାଇ ବନ୍ତଳା ପୋଲିସ ଓ ବନବିଭାଗ ଘଟଣ।।ସ୍ଥଳରେ ପପହଞ୍ଚି ତଦନ୍ତ ଚଳାଇଛି ।