ଭୂମିକମ୍ପରେ ଥରିଲା ଆସାମ

ଭୂମି କମ୍ପରେ ଥରିଲା ଆସାମ । ଆଜି ସକାଳ ୯ଟା୫୭ ସମୟରେ ରାଜ୍ୟର ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଅନୁଭୂତ ହେବା ପରେ ଭୟରେ ଲୋକ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଏହାର ତବ୍ରତା ୪.୧ ବୋଲି ଜଣା ପଡିଛି । ଗୌହାଟି ସମେତ ଅନେକ ସହରରେ ଝଟକା । ତେବେ ଏହା ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ । ମିଡିଆ ରିପୋର୍ଟ ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଗୌହାଟୀଠାରୁ ୮୧ କିମି ଦୂର ଭୂମିଠୁଦୂର ୧୦ କିମି ତଳେ ରହିଛି ।ଏହାକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ଧରି ଉତ୍ତରପୂର୍ବ ଭାରତର ଅନେକ ସ୍ଥାନରେ ଲଗାତାର ଭୂମିକମ୍ପର ଝଟକା ଲାଗୁଛି । ଗତ ମାସରେ ଭାରତର ପଡୋଶୀ ଦେଶ ନେପାଳରେ ଭୂମିକମ୍ପ ସହ ବନ୍ୟା ଆସିଥିଲା ।