(ସର୍ବେଶ୍ୱର ପାତ୍ର): ଗାଧୋଇବା ହେଲା କାଳ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମରେ ଘଟିଛି ଦୁଃଖଦ ଘଟଣା । ଆଜି ପୋଖରୀକୁ ପିଟୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ପୋଖରୀ ନିକଟରେ ତାଙ୍କ ସାଇକେଲ ଥିବା ଦେଖି ପାଣି ବୁଡି ଯାଇଥିବା ସନ୍ଦେହ କରି ପୋଖରୀ ଖୋଜା ଖୋଜି କରିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।