(ରିିପୋର୍ଟସ ଟୁଡ଼େ): ଆଜି ସକାଳେ ଧଉଳି ଏକ୍ସପ୍ରେସ ହାଓଡାରୁ ପୁରୀ ଆସୁଥିବାବେଳେ ଲାଇନଚ୍ୟୁତ ହୋଇଛି । ଭୋଗପୁର – ପାଂସକୁରା ମଧ୍ୟରେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା ଏହି ବଗିରେ ପ୍ରାୟ ୮୫ ଜଣ ଯାତ୍ରୀ ରହିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ଏହି ଏକ୍ସପ୍ରେସଟି ରକ୍ଷା ପାଇ ଯାଇଛି । ଅଘଟଣ ଘଟିଥିବା ବଗିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ତେବେ ଏହି ଲାଇନରେ ବର୍ତମାନ ଟ୍ରେନ ଚଲାଚଳ ବନ୍ଦ ରହିଛି । । ଲାଇନଚ୍ୟୁତ ହେବାର କାରଣ ନେଇ ରେଲବାଇ ତଦନ୍ତ ଆରମ୍ଭ କରିବା ସହ ରେଳ ଧାରଣାର ମରାମତି ଆରମ୍ଭ କରିଛି ।
ଯାତ୍ରୀଙ୍କ ପାଇଁ ରେଳବାଇ ବିଭାଗ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ବାଲେଶ୍ୱର, ଖଡ଼ଗପୁର ଓ ହାୱଡ଼ା ଷ୍ଟେସନ ପାଇଁ ହେଲପ୍ ନମ୍ବର ଜାରି ହୋଇଛି । ବାଲେଶ୍ୱର (୦୬୭୮୨୨୬୫୭୬୭), ଖଡ଼ଗପୁର (୦୩୨୨୨୫୫୮୯୭ ଓ ୦୩୨୨୨୨୫୫୭୫୧) ଓ ହାୱଡ଼ା (୦୩୩୨୬୩୭୭୧୯୭) ।