(ରିପୋର୍ଟସ ଟୁଡେ): ମାଲକାନଗିରି ଗସ୍ତ କରିବେ ପୋଲିସ ଡିଜି ଆର.ପି. ଶର୍ମା । ଜିଲ୍ଲା ପୋଲିସ ମୁଖ୍ୟାଳୟର ସେ ମାଓ ସ୍ଥିତିର ସମୀକ୍ଷା କରିବେ । ଅପରେସନ ଏଡିଜି ଆର.ପି. କୋଚେ ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ।
ଗତକାଲି ମାଲକାନଗିରି ଜିଲ୍ଲା ବେଜିଙ୍ଗୱାଡାରେ ପୋଲିସ ଗୁଳିରେ ୨ ଜଣ ମହିଳା ଓ ୩ ଜଣ ପୁରୁଷଙ୍କ ସହ ୫ ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଂଟା ଧରି ଗୁଳି ବିନିମୟ ହୋଇଥିଲା । ମାଲକାନଗିରି ପୋଲିସକୁ ଏହି ବଡ ଧରଣର ସଫଳତା ମିଳିବା ପରେ ସଂପୃକ୍ତ ଅଂଚଳରେ ମଜବୁତ ରହିଥିବା ମାଓ ସଂଗଠନ ଏକ ପ୍ରକାର ଦୁର୍ବଳ ହୋଇଯାଇଛି ।
ତେବେ ଆଜି ମାଲକାନଗିରି ଗସ୍ତ କରି ପୋଲିସ ଡିଜି ଆର.ପି . ଶର୍ମା ସେଠାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ ପରବର୍ତୀ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟପନ୍ଥା ନିର୍ଧାରଣ କରିବେ ।