ଶିଶୁଙ୍କ ଯୋଡା ଶରୀରକୁ ଅଲଗା କଲେ ଏମସର ଡାକ୍ତରୀ ଟିମ

ଅଲଗା ହେଲେ ରିଦ୍ଧି ଓ ସିଦ୍ଧି । ସେମାନଙ୍କ ଛାତି ଲାଗିକି ରହିଥିଲା । ଦୀର୍ଘ ୧୨ଘଣ୍ଟାର ଅପରେସନ ପରେ ଅଲାଗା ହୋଇଛନନ୍ତି ଏହି ଦୁଇ ଯାଆଁଳ ଭଉଣୀ । ଡାକ୍ତର ମିନୁ ବାଜପେୟୀଙ୍କ ନେତୃତ୍ୱରେ ୫ ଜଣ ସିନିୟର ଡାକ୍ତର, ୬ ଜଣ ରେସିଡେଣ୍ଟ ଡାକ୍ତର, ୬ ଜଣ ଆନାସ୍ଥେସିଆ ବିଶେଷଜ୍ଞ, ୧୨ ଜଣ ନର୍ସିଂ ଷ୍ଟାଫ୍, ୨ ଜଣ ଓଟି ଟେକନିସିଆନ୍ ଏହିପରି ମୋଟ ୩୧ ଜଣିଆ ଟିମ୍ ଲାଗିଥିଲା । ଏମସର ଶିଶୁ ବିଭାଗ ଡାକ୍ତରମାନେ ଏହି ଅପରେସନ୍ କରିଥିଲେ । ଦିଲ୍ଲୀ ଏମସରେ ପୁଣି ଏକ ସଫଳ ଅପରେସନ । ପିଲା ଦୁଇଟି ଗତ ବର୍ଷ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ ।ଜନ୍ମ ପରେ ୫ ମାସ ଧରି ଆଇସିୟୁରେ ରହିଥିଲେ । ଏହି ଶିଶୁ ଦୁଇ ଜଣଙ୍କର ଛାତି ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କର ଗୋଟିଏ ଲିଭର ଥିଲା । ଏହା ବ୍ୟତୀତ ଏମାନଙ୍କ ହାର୍ଟକୁ କଭର କରୁଥିବା ତ୍ୱଚାର ଲେୟର ମଧ୍ୟ ଗୋଟିଏ ଥିଲା ।

ଉତ୍ତର ପ୍ରଦେଶ ବରେଲିର ଅଙ୍କୁର ଗୁପ୍ତାଙ୍କ ପତ୍ନୀ ରିଙ୍କୁ ଗୁପ୍ତା ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସେ ଚାରି ମାସର ଗର୍ଭବତୀ ଥିବା ବେଳେ ତାଙ୍କ ପେଟରେ ଯାଆଁଳା ଶିଶୁ ରହିଥିବା ଜଣାପଡ଼ିଥିଲା । ଏହା ସହିତ ସେମାନଙ୍କ ଦେହ ଯୋଡ଼ି ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ସେବେଠାରୁ ଏମସ ଡାକ୍ତରୀ ଟିମ୍ ଏହି ପିଲାଙ୍କ ଜନ୍ମ ଏବଂ ପରବର୍ତ୍ତୀ ସମୟରେ ଅପରେସନ୍ ପାଇଁ ଯୋଜନା କରି ସାରିଥିଲେ । ଜୁନରେ ଅପରେସନ ସରିବା ପରେ ଡାକ୍ତରଙ୍କ ଟିମ ଶିଶୁଙ୍କ ଉପରେ ଲଗାତାର ନଜର ରଖିଥିଲେ । ଅପରେସନ ହେବା ପରେ ମଧ୍ୟ ଦୁଇ ଶିଶୁଙ୍କ ଓଜନ ୧୫ କିଲୋଗ୍ରାମ ଥିଲା ଯାହା ପରେ ମଧ୍ୟ କମିନଥିଲା । ଡାକ୍ତରଙ୍କ ପାଇଁ ଏହା ଏକ ଆରାମଦାୟକ ବିଷୟ ।