( ଆଦର୍ଶ ରାଉତ): ଅକାଳରେ ଚାଲିଗଲା ଜୀବନ । ଆଜି ଅପରାହ୍ନରେ ଭୁବନେଶ୍ୱର ୟୁନିଟ୍-୯ ଫ୍ଲାଟ୍ ବାୟାବାବା ମଠ ନିକଟରେ ଘଟିଛି ଏହି ଅଘଟଣ । ଜ୍ୟୋତ୍ସାରାଣୀ ନାମ୍ନୀ ମହିଳା ଜଣକ ଘର ପାଖରେ ଲୁଗା ଶୁଖାଇବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । । ଏକଥା ଜାଣି ନପାରି ତାଙ୍କ ବଡ଼ ଯାଆ ପ୍ରତିମା ବେହେରା ଜ୍ୟୋତ୍ସାରାଣୀଙ୍କୁ ତଳେ ପଡ଼ି ଯାଇଥିବା ଭାବି ଉଠାଇବା ବେଳେ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇ ସେହିଠାରେ ମୃତ୍ୟୁ ବରଣ କରିଥିଲେ ।
ସେପଟେ ପଡ଼ିଶା ଘରର ମହିଳା ଜଣକ ବୁଧେଇ ଓଷା କରିବା ଲାଗି ସୋମନଙ୍କୁ ଡାକିବାକୁ ଯାଇ ଦେଖିଲା ବେଳକୁ ଦୁଇ ଯାଆ ତଳେ ପଡ଼ିଥିଲେ । ଏହା ପରେ ଘର ଲୋକ ଖବର ପାଇଥିଲେ । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ପୋଲିସ୍ ଘଟଣାର ତଦନ୍ତ କରୁଛି ।